Product Banner

ଆୟଷ୍ମାନ ଆରୋଗ୍ୟ ମନ୍ଦିର ଦର୍ପନାରାୟଣପୁର ରେ ଅନ୍ତର୍ଜାତୀୟ ଜରା ଦିବସ ପାଳିତ

ନୟାଗଡ :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନ୍ତର୍ଜାତୀୟ ଜରା ଦିବସ ପାଳିତ ହୋଇଯାଇଛି।ଏହି ସଭାରେ ବୃଦ୍ଧ ବୃଦ୍ଧା ଓ ମଧ୍ୟବୟସ ର ନାଗରିକ ମାନେ ଉପସ୍ଥିତ ଥିଲେ ।ସଭାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସସ୍ମିତା ରାଉତ ବୃଦ୍ଧ ବୃଦ୍ଧା ଙ୍କର କିପରି ସେବକରିବା ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସେମାନଙ୍କ ପାଇଁ ସରକାର ଙ୍କ ସମସ୍ତ ବ୍ୟବସ୍ଥା ଅଛି ଏହାକୁ ଲୋକମାନଙ୍କୁ ଅବଗତ କରାଇଥିଲେ ଯଥା ରକ୍ତ ଚାପ ,ରକ୍ତ ସର୍କରା, ଆଣ୍ଠୁ ଗଣ୍ଠି ବିନ୍ଧା ,ରାତି ଅନିଦ୍ରା ସମସ୍ୟା ରେ ହୋଇଥିବା ରୋଗ ବିଷୟରେ ଆଲୋଚନା କରିଥିଲେ ଜନସାଧାରଣ କିପରି ମାଗଣାରେ ଔଷଧ ନେଇପାରିବେ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ ବୁଝାଇଥିଲେ ।ପ୍ରତେକଙ୍କ ଘରେ ବୃଦ୍ଧ ବାପ ମା ଅଛନ୍ତି ସେମାନଙ୍କର ଦାୟିତ୍ୱ ନେବା ସମସ୍ତଙ୍କର କର୍ତ୍ତବ୍ୟ । ଏବଂ ହାଲକା ବାୟମ କରିବା ଉଚିତ୍ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର ଓ ଯଥେଷ୍ଟ ବିଶ୍ରାମ ନେବା ଦରକାର ଏବଂ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବାପାଇଁ ବୁଝାଯାଇଥିଲ ମାନସିକ ଚାପରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ।ସାମାଜିକ ସୁସମ୍ପର୍କ ରଖିଲେ ସେମାନେ ମାନସିକ ଏବଂ ଶାରୀରିକ ସୁସ୍ଥତା ଅନୁଭବ କରିବେ ।

News Highlights