Product Banner

ସ୍ୱାଧୀନତା ଦିବସରେ ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

​ନୟାଗଡ଼ :- ପବିତ୍ର ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ରୋଟାରୀ କ୍ଲବ ତରଫରୁ ସ୍ଥାନୀୟ ରକ୍ତଭଣ୍ଡାର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ବାସୁଦେବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ​ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଏସ୍‌ପି ଶ୍ରୀ ଶୁଭେନ୍ଦୁ ପାତ୍ର, ସିଡିଏମ୍‌ଓ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ରୋଟାରୀ କ୍ଲବର ସଭାପତି ବାସୁଦେବ ସାହୁ, ସମ୍ପାଦକ ଦିଲ୍ଲୀପ ମିଶ୍ର, ଉପ ସଭାପତି ଜି ରଶ୍ମିରାଜ, ଯୁଗ୍ମ ସଂପାଦକ ଦେବାଶିଷ ପଟ୍ଟନାୟକ, ସର୍ଜେଣ୍ଟ ଆଟ୍ ଆର୍ମ୍ସ ଭାଗୀରଥି ସାହୁ, ବରିଷ୍ଠ ସଦସ୍ୟ ପ୍ରଶନ୍ନ କୁମାର ବସନ୍ତିଆ, ନୁତନ ସଦସ୍ୟ ଆଦିଲ ଉଜ୍ ଜମା ପ୍ରମୁଖ ରକ୍ତଦାନ କରିଥିଲେ । ଏ ଇ ସହ ନୟାଗଡ଼ ର ଅନେକ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଛାତ୍ରଛାତ୍ରୀ ଏହି ଶିବିରରେ ରକ୍ତଦାନ କରିଥିଲେ।  ବରିଷ୍ଠ ରୋଟାରିଆନ୍ ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରକାଶ ପଟ୍ଟନାୟକ, ବସିରନ ବିବି, ଶ୍ରୀକାନ୍ତ ଖଟେଇ, ଗିତାଞ୍ଜଳୀ ମହାପାତ୍ର, ମିହିର ରଞ୍ଜନ ନାୟକ, ମଦନମୋହନ ମହାପାତ୍ର, ଅବିନାଶ ସାହୁ, ପ୍ରବୀର ପୃଷ୍ଟି, ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ନୟାଗଡ଼ ରକ୍ତଭଣ୍ଡାରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶିବିରଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଆଜିର ଶିବରରୁ ୩୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ରକ୍ତ ଭଣ୍ଡାର ତରଫରୁ ସୂଚନା ମିଳିଛି।

News Highlights
Image 1
Image 2