୧୩ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହ କ୍ରିଡା ପ୍ରତିଯୋଗିତା, ମଞ୍ଚରେ ଅତିଥି କୁଲରରେ,ପିଲେ ସିଝିଲେ ଖରାରେ

୧୩ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହ କ୍ରିଡା ପ୍ରତିଯୋଗିତା, ମଞ୍ଚରେ ଅତିଥି କୁଲରରେ,ପିଲେ ସିଝିଲେ ଖରାରେ

ନୟାଗଡ଼ :- ଗଣିଆ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ୧୩ ତମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୁହ କ୍ରିଡା ପ୍ରତିଯୋଗିତା ରଗବି ଫୁଟବଲ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ଲିପସା ନନ୍ଦଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ସନ୍ୟାସୀ ପ୍ରଧାନ, ଜିଲ୍ଲା ପରିଷଦ ନରେଶ କୁମାର ବେହେରା, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ମହାପ୍ରଭୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଗାଁ ବ୍ଳକକୁ ଛାଡି ଜିଲ୍ଲାର ୭ଟି ବ୍ଳକର ବାଳକ ଏବଂ ବାଳିକା ଦଳ ଏହି ଖେଳରେ ଯୋଗ ଦେଇଥିଲେ । ତେବେ ଜିଲ୍ଲା ସ୍ତରୀୟ କ୍ରିଡା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ନିମନ୍ତ୍ରଣ ପତ୍ରରେ ୩ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନାମ ଲେଖାଯାଇଥିଲେ ମଧ୍ୟ ଜଣେ ବି କେହି ଆସି ନଥିଲେ । ଛାତ୍ର ଛାତ୍ରୀ ମାନେ ଖରାରେ ସିଝୁଥିବା ବେଳେ ଅତିଥି ମାନେ ମଞ୍ଚରେ କୁଲଲରେ ବସି ରହିଥିଲେ । ଖେଳ ଚାଲିଥିବା ସମୟରେ ଅନ୍ୟ ଖେଳାଳି ମାନଙ୍କ ପାଇଁ ବସିବା ସୁବିଧା ନଥିବାରୁ ସେମାନେ ଗଛ ମୂଳେ ବସିବା ସହିତ ଏଣେତେଣେ ଘୁରି ବୁଲୁଥିଲେ । ଏତେ ଖରାରେ ଯଦି କିଛି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

News Highlights
Image 1
WhatsApp